Silii: Security Personnels keep a strict vigil as the people stand in queue to cast their votes in the 3rd Phase of Jharkhand Assembly Election at Jonha village of Silli near Ranchi on Tuesday. PTI Photo(PTI12_9_2014_000067B) *** Local Caption ***
ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ୮ଟି ଜିଲାର ୧୭ଟି ଆସନ ଲାଗି ମତଦାନ କରାଯାଉଛି। ଶାନ୍ତିପୂର୍ଣ୍ଣ ଓ ଅବାଧ ମତଦାନ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ ୩୦୯ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୨୭୭ ପୁରୁଷ ଏବଂ ୩୨ ଜଣ ମହିଳା ରହିଛନ୍ତି। ୫ଟି ବିଧାନସଭା ଆସନରେ ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରପକ୍ଷରେ ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ୧୨ଟି ଆସନରେ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।