Thief Stealing Burglar Identity Burglary Crime Criminal
ବାରଙ୍ଗ, ୧୧।୬(ଡି.ଏନ୍.ଏ.): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ସହଦେବ ସାମଲ ଏବଂ ଭଗବାନ ପୃଷ୍ଟିଙ୍କ ଘରୁ ଚୋରି ହୋଇଛି। ପରିବାର ଲୋକେ ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରର ଝରକାଭାଙ୍ଗି ଭିତରକୁ ପଶିଥିଲେ। ଶୋଇବା ଘର ବାହାରୁ ତାଲା ପକାଇ ସହଦେବଙ୍କ ଆଲମାରୀ ଭାଙ୍ଗି ନଗଦ ୧୦ ହଜାର ଟଙ୍କା ସହ ସୁନା ଚେନ, କାନ ଫୁଲ ଚୋରିକରି ନେଇଛନ୍ତି। ସେହିପରି ଭଗବାନଙ୍କ ଘରୁ ନଗଦ ୫ ହଜାର ଟଙ୍କା ସମେତ ସୁନାଅଳଙ୍କାର ଚୋରିକରି ନେଇଥିବା ଜଣାପଡ଼ିଛି। ଅଭିଯୋଗ ପରେ ମଞ୍ଚେଶ୍ୱର ଥାନା ପୋଲିସ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।