Agar: Dark clouds gather in the sky over Taj Mahal, in Agra, Saturady, May 30, 2020. (PTI Photo)(PTI30-05-2020_000019A)
ଆଗ୍ରା, ୩୧।୫ : ବିଶ୍ୱପ୍ରସିଦ୍ଧ ତାଜମହଲ ଝଡତୋଫାନ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ତାଜମହଲର ମାର୍ବଲ ଓ ରେଲିଂରେ ଲାଗିଥିବା ଜାଲି ଓ ଲାଲ ପଥରର ଜାଲି ଭାଙ୍ଗି ଯାଇଛି। ତାଜମହଲ ପରିସରରେ କିଛି ଗଛ ମଧ୍ୟ ଉପୁଡି ଯାଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଥିବା ସିଲିଂ ଭାଙ୍ଗି ଯାଇଛି। ଗତ ଶୁକ୍ରବାର ରାତିରେ ଆଗ୍ରାରେ ପ୍ରବଳ ଝଡତୋଫାନ ଯୋଗୁ ଅନେକ କ୍ଷୟ କ୍ଷତି ହୋଇଛି। ଘଣ୍ଟା ପ୍ରତି ପାଖାପାଖି ୧୦୦ କିଲୋମିଟର ବେଗରେ ପବନ ବୋହିଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହା ଏପ୍ରିଲ ୧୧ ତାରିଖରେ ଝଡତୋଫାନରେ ତାଜମହଲର ରାଜ ଦ୍ୱାର, ଦକ୍ଷିଣ ଦ୍ୱାରର ଉତ୍ତର-ପଶ୍ଚିମ ପୁଷ୍ପ ସ୍ତମ୍ଭ ଭାଙ୍ଗି ପଡି ଯାଇଥିଲା।