LONDON, ENGLAND - JUNE 08: Chairman of Selectors Sanath Jayasuriya during a nets session ahead of the 1st Investec Test match between England and Sri Lanka at Lord's Cricket Ground on June 8, 2016 in London, United Kingdom. (Photo by Gareth Copley/Getty Images)
ଦୁବାଇ, ୧୨ା୫ (ପି.ଟି.)-ଶ୍ରୀଲଙ୍କା କ୍ରିକେଟ (ଏସଏଲ୍ସି)ର ପରଫର୍ମାନ୍ସ ଅନାଲିଷ୍ଟ ସନଥ ଜୟସୁରିୟା ଆଇସିସି ଦୁର୍ନୀତି ନିରୋଧୀ ବିଧିର ୨ଟି ଧାରା ଉଲ୍ଲଂଘନ କରିଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଦୋଷାରୋପ କରାଯାଇଛି। ତାଙ୍କୁ ତୁରନ୍ତ ସସ୍ପେଣ୍ଡ କରାଯାଇଥିବା ଆଇସିସି ମିଡିଆ ରିଲିଜରେ ସୂଚନା ଦିଆଯାଇଛି। ତାଙ୍କ ବିରୋଧରେ କରାଯାଇଥିବା ଆରୋପ ସମ୍ପର୍କରେ ୧୪ ଦିନ ମଧ୍ୟରେ ଜବାବ ଦେବା ଲାଗି କୁହାଯାଇଛି। ଧାରା ୨.୧.୩ ଅନୁସାରେ ଜୟସୁରିୟା ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀଙ୍କୁ ଲାଞ୍ଚ ଅବା ଉପହାର ଦେଇ କୌଣସି ମତେ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତିଅବା କୌଣସି ଏକ ଅନ୍ତର୍ଜାତୀୟ ମ୍ୟାଚର ଅଗ୍ରଗତି, ଫଳାଫଳ, ପରିଚାଳନା ଅବା ଅନ୍ୟ କୌଣସି ଦିଗରୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି। ସେହିପରି ଧାରା ୨.୪.୭ ଅନୁସାରେ ସେ ଆଇସିସି ଦୁର୍ନୀତି ନିରୋଧୀ ୟୁନିଟ(ଏସିୟୁ) ଦ୍ୱାରା ଚାଲିଥିବା ଏକ ତଦନ୍ତ କାର୍ଯ୍ୟରେ ବାଧା ଦେବା ଅବା ବିଳମ୍ବ ଘଟାଇବାକୁ ଚେଷ୍ଟା କରିଥିଲେ।