Paris : Serbia's Novak Djokovic celebrates winning his third round match of the French Open tennis tournament against Italy's Salvatore Caruso in three sets, 6-3, 6-3, 6-2, at the Roland Garros stadium in Paris, Saturday, June 1, 2019. AP/PTI(AP6_1_2019_000176B)
ପ୍ୟାରିସ,୨ା୬ (ଏଏଫ୍ପି)-ନୋଭାକ୍ ଜୋକୋଭିଚ୍, ଷ୍ଟିଫାନସ ତିସିତ୍ସିପାସ୍ ଏବଂ ଆଲେକ୍ଜାଣ୍ଡର ଜେଭ୍ରେଭ୍ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ୍ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ଗ୍ରାଣ୍ଡସ୍ଳାମ ଟାଇଟଲ ହାସଲ କରିବା ଲାଗି ବିଶ୍ୱର ନମ୍ବର ଓ୍ବାନ ଖେଳାଳି ନାଓମି ଓସାକା ଯେଉଁ ସ୍ବପ୍ନ ଦେଖିଥିଲେ ତାହା ସାକାର ହୋଇପାରିନି। ତିସିତ୍ସିପାସ୍ ଦୀର୍ଘ ୮୩ ବର୍ଷ ବ୍ୟବଧାନରେ ପ୍ରଥମ ଗ୍ରୀକ୍ ଖେଳାଳି ଭାବେ ଏଠାରେ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବା ସଫଳତା ହାସଲ କରିଛନ୍ତି। ଶନିବାର ପୁରୁଷ ସିଙ୍ଗଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ସେ ଫିଲିପ୍ କ୍ରାଜିନୋଭିଚ୍ଙ୍କୁ ୭-୫, ୬-୩, ୬-୭ (୫/୭), ୭-୬ (୮/୯) ସେଟ୍ରେ ହରାଇ ଦେଇଛନ୍ତି। ୨୦ ବର୍ଷୀୟ ଏହି ଖେଳାଳି ତୃତୀୟ ରାଉଣ୍ଡରେ ପୂର୍ବତନ ଚାମ୍ପିୟନ ଷ୍ଟାନ୍ ଓ୍ବାରିଙ୍କା କିମ୍ବା ଗ୍ରିଗୋର ଦିମିତ୍ରୋଭଙ୍କୁ ଭେଟିବେ। ପୂର୍ବରୁ ଗ୍ରୀକ୍ର ଲାଜାରସ ଷ୍ଟାଲିଅସ୍ ୧୯୩୬ରେ ରୋଲାଣ୍ଡ ଗ୍ୟାରୋସଠାରେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ଜର୍ମାନୀର ୫ମ ସିଡ୍ ଜେଭ୍ରେଭ୍ଙ୍କୁ ମଧ୍ୟ ୫ ସେଟ୍ ବିଶିଷ୍ଟ ମ୍ୟାଚ ଖେଳିବାକୁ ପଡ଼ିଥିଲା। ସେ ସର୍ବିୟାର ଡୁସାନ ଲାଜୋଭିକ୍ଙ୍କୁ ୬-୪, ୬-୨, ୪-୬, ୧-୬, ୬-୨ ସେଟ୍ରେ ହରାଇ ଦେଇଥିଲେ। ଜେଭ୍ରେଭ୍ ଚତୁର୍ଥ ରାଉଣ୍ଡରେ ଇଟାଲିର ଫାବିଓ ଫଗନିନିଙ୍କୁ ଭେଟିବେ। ଫଗ୍ନିନି ୭-୬ (୭/୫), ୬-୪, ୪-୬, ୬-୧ ସେଟ୍ରେ ୧୮ତମ ସିଡ୍ ତଥା ସ୍ପେନର ରବର୍ଟୋ ବଟିଷ୍ଟାଙ୍କୁ ପରାସ୍ତ କରିଛନ୍ତି। ସର୍ବୀୟ ଖେଳାଳି ଜୋକୋଭିଚ୍ ଇଟାଲିର ସାଲ୍ଭାଟୋର କାରୁସୋଙ୍କୁ ୬-୩, ୬-୩, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ଜାପାନିଜ ଟପ୍ ସିଡ୍ ଓସାକାଙ୍କୁ ୪୨ତମ ର଼୍ୟାଙ୍କିଙ୍ଗ ଚେକ୍ ରିପବ୍ଲିକର କାଟରିନା ସିନିଆକୋଭା ୬-୪, ୬-୨ ସେଟ୍ରେ ପରାସ୍ତ କରିଛନ୍ତି।