London: Serbia's Novak Djokovic poses with his trophy after defeating Switzerland's Roger Federer in the men's singles final match of the Wimbledon Tennis Championships in London, Sunday, July 14, 2019. AP/PTI Photo(AP7_15_2019_000001B)
ଲଣ୍ଡନ, ୧୫ା୭ (ଏଏଫ୍ପି)-ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ୭-୬ (୭/୫), ୧-୬, ୭-୬ (୭/୪), ୪-୬, ୧୩-୧୨ (୭/୩) ସେଟ୍ରେ ହରାଇ ସର୍ବିୟାର ନୋଭାକ୍ ଜୋକୋଭିଚ୍ ୫ମ ଥର ଓ୍ବିମ୍ବେଲଡନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୪ ଘଣ୍ଟା ୫୭ ମିନିଟ୍ ଧରି ଚାଲିଥିଲା। ଫାଇନାଲ ସେଟ୍ ପ୍ରଥମ ଥର ଟାଇବ୍ରେକ୍ରେ ମିମାଂସା ହୋଇଥିଲା। ଓ୍ବିମ୍ବେଲଡନଠାରେ ଏହା ସବୁଠାରୁ ଦୀର୍ଘ ସମୟ ଧରି ଖେଳାଯାଇଥିବା ଫାଇନାଲ। ମ୍ୟାଚ ପଏଣ୍ଟ ଡାଉନ୍ରେ ଟାଇଟଲ ଜିତିବାରେ ୭୧ ବର୍ଷରେ ଜୋକୋଭିଚ୍ ପ୍ରଥମ ବ୍ୟକ୍ତି ବିବେଚିତ ହୋଇଛନ୍ତି। ୫ଥର ଟାଇଟଲ ଜିତି ସର୍ବୀୟ ଖେଳାଳି ବର୍ତ୍ତମାନ ବ୍ୟୋର୍ନ ବର୍ଗଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ମୋଟ ଉପରେ ଜୋକୋଭିଚଙ୍କର ଏହା ହେଉଛି ୧୬ତମ ଗ୍ରାଣ୍ଡସ୍ଲାମ ଟାଇଟଲ। ୩୭ ବର୍ଷୀୟ ଫେଡରର ଯଦି ଟାଇଟଲ ଜିତିଥାନ୍ତେ ତେବେ ସବୁଠାରୁ ବୟୋଜ୍ୟେଷ୍ଠ ଗ୍ରାଣ୍ଡସ୍ଲାମ ବିଜେତା ହୋଇପାରିଥାନ୍ତେ।