Paris: Novak Djokovic of Serbia poses with the trophy after winning the final match of the Paris Masters tennis tournament in Paris, Sunday, Nov. 3, 2019. Djokovic defeated Denis Shapovalov of Canada 6-3/6-4. AP/PTI(AP11_3_2019_000281B)
ପ୍ୟାରିସ୍,୪।୧୧(ଏଏଫ୍ପି)- ସର୍ବିୟାର ଅଭିଜ୍ଞ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍ ରେକର୍ଡ ପଞ୍ଚମଥର ପାଇଁ ପ୍ୟାରିସ ମାଷ୍ଟର୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ୩୨ ବର୍ଷୀୟ ଜୋକୋଭିଚ୍ ୬-୩, ୬-୪ ସେଟରେ କାନାଡ଼ାର ଡେନିସ ଶାପୋଭାଲୋଭଙ୍କୁ ହରାଇ କ୍ୟାରିୟରର ୭୭ତମ ଏଟିପି ଟାଇଟଲ ଜିତିଛନ୍ତି। ଏଥିସହିତ ସେ ୩୪ତମ ମାଷ୍ଟର୍ସ ଟାଇଟଲ ଜିତିବା ସହ ଚଳିତ ବର୍ଷ ପଞ୍ଚମ ଏଟିପି ବିଜୟ ହାସଲ କରିଛନ୍ତି। ବିଶ୍ୱର ୨୮ ନମ୍ବର ଖେଳାଳି ୨୦ ବର୍ଷୀୟ ଶାପୋଭାଲୋଭଙ୍କ ବିପକ୍ଷରେ ଜୋକୋଭିଚ୍ଙ୍କର ଏହା ଚତୁର୍ଥ ବିଜୟ। ଗତବର୍ଷ ଜୋକୋଭିଚ୍ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ରେ ରୁଷିଆର କାରେନ ଖାଚାନୋଭଙ୍କଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲେ। ଜୋକୋଭିଚ୍ ଏପର୍ଯ୍ୟନ୍ତ ୧୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି।