Participant started arriving for competition
ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶ ଜେଓ୍ବରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥାନୀୟ ଚାଷୀ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଜମି ଅଧିଗ୍ରହଣରେ ନିଜର ଜମି ହରାଉଥିବା ଚାଷୀ ୪ ଗୁଣା ଦାମ ନେବାନକୁ ଅଡ଼ି ବସିଛନ୍ତି। ଏହା ସହିତ ପ୍ରତି କ୍ଷତିଗ୍ରସ୍ତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ପାଇଁ ମଧ୍ୟ ଦାବି କରାଯାଉଛି। ଇତିମଧ୍ୟରେ ୧୦ ଦିନତଳେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ୪୧ ଜଣ ଚାଷୀଙ୍କୁ ଗିରଫ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୩ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଛଡ଼ା ନ ଯିବାରୁ ଅନ୍ୟ କ୍ଷତିଗ୍ରସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।