closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added
ବଦଳଦା,୧୬ା୯(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ତିରିଂ ଥାନା ଅନ୍ତର୍ଗତ ଡୁମାତାଣ୍ଡି ଗ୍ରାମରେ ରାସ୍ତାକାମ ଚାଲିଥିବା ବେଳେ ଜେସିବି ମେଶିନ ମାଡ଼ିଯାଇ ରବିବାର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଲେ ସେହି ଗ୍ରାମରେ ଡୁବରାଜ ମାଝୀଙ୍କ ପୁଅ ସାଲଖାନ(୮)। ଡୁମାତାଣ୍ଡି ଗ୍ରାମରେ ପ୍ରଧାନମନ୍ତ୍ରୀ ସଡକ କାମ ଚାଲିଥିଲା। ମୃତ ସାଲଖାନଙ୍କ ମାଆ ସେଠାରେ କାମ କରୁଥିତ୍ଲେ। ଅପରାହ୍ନରେ ସେ ସାଲଖାନଙ୍କୁ ରାସ୍ତା କଡ଼ରେ ଶୋଇଦେଇ କାମ କରୁଥିଲେ। ଏହି ସମୟରେ ସେଠାରେ ନିୟୋଜିତ ଏକ ଜେସିବି ମେଶିନ ସାଲଖାନଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତିରିଂ ପୋଲିସ ମୃତଦେହ ଜବତ କରି ରାଇରଙ୍ଗପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିନେଇ ଥାନାରେ ଏକ ମାମଲା(ନଂ.୬୪/୧୯) ରୁଜୁ ହୋଇଛି।