Man in prison hands of behind hold Steel cage jail bars. offender criminal locked in jail.
ରେୱାରୀ,୯।୫: ହରିୟାଣାର ରେୱାରୀ ଜିଲାରେ ଏକ ଜେଲ୍ରୁ ୧୩ କଏଦୀ ଚମ୍ପଟ ମାରିଛନ୍ତି। ଏହି ସମସ୍ତ କଏଦୀ କରୋନା ଆକ୍ରାନ୍ତ ଥିଲେ। ଏବେ ସମସ୍ତଙ୍କ ଖୋଜା ଚାଲିଛି। ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରେୱାରୀର ଫିଡେରୀ ଗାଁରେ ଥିବା ନୂଆ ଜେଲ୍କୁ କରୋନା ଜେଲରେ ପରିଣତ କରାଯାଇଛି। ଶନିବାର ରାତିରେ କଏଦୀମାନେ ବ୍ୟାରେକ ଗ୍ରିଲ କାଟି ଦଉଡି ତିଆରି କରି ଖସି ପଳାଇଥିଲେ।
ରବିବାର ସକାଳୁ ଘଟଣା ସମ୍ପର୍କରେ ଜଣାପଡିଥିଲା। ଏହା ପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାର ସୂଚନା ପାଇବା ପରେ ଏସପି ଅଭିଷେକ ଜୋରୱାଲ ନିଜେ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାର ଫିଡେରୀ ଗାଁରେ ଏକ ନୂତନ ଜେଲ ନିର୍ମାଣ କରାଯାଇଛି ବୋଲି। କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଫିଡେରୀ ଜେଲକୁ ପ୍ରାୟ ଏକ ସପ୍ତାହ ପୂର୍ବରୁ ରାଜ୍ୟର କୋଭିଡ ଜେଲ କରାଯାଇଥିଲା। ପ୍ରାୟ ୪୫୦ କୋଭିଡ ସଂକ୍ରମିତ କଏଦୀଙ୍କୁ ଏହି ଜେଲରେ ରଖାଯାଇଛି।