India's Prime Minister Narendra Modi greets Myanmar's State Counselor Aung San Suu Kyi before their meeting in the Presidential Palace in Naypyitaw, Myanmar September 6, 2017. REUTERS/Soe Zeya Tun
ଗୁଣ୍ଟୁର,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ତିରୁପତି ବାଲାଜି ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଭାଜପା ଅଧ୍ୟକ୍ଷ କାନ୍ନା ଲକ୍ଷ୍ମୀ ନାରାୟଣ ସୂଚନା ଦେଇଛନ୍ତି। ସେଠାରେ ସେ ବାଲାଜି ମନ୍ଦିରରେ ପୂଜାର୍ଚ୍ଚନା କରିବେ। ସୂଚନାଯୋଗ୍ୟ, ନିର୍ବାଚନ ଜିତିବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପଡି ପଲାନିସ୍ବାମୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋନ ରେଡ୍ଡି ବାଲାଜି ମନ୍ଦିର ଦର୍ଶନ ପାଇଁ ଯାଇଥିଲେ।