GLASGOW, SCOTLAND - SEPTEMBER 16: Andy Murray of Great Britain (R) sits with Physio Matt Little (L) during a practice session at Emirates Arena on September 16, 2015 in Glasgow, Scotland. (Photo by Jordan Mansfield/Getty Images for LTA)
ଲଣ୍ଡନ, ୩୦ା୫ (ଏଏଫ୍ପି)-ଇଞ୍ଜୁରି ସମସ୍ୟାରୁ ମୁକ୍ତି ପାଇଛନ୍ତି ବ୍ରିଟିଶ ଟେନିସ୍ ଖେଳାଳି ଆଣ୍ଡି ମୁରେ। ୟୁନାଇଟେଡ୍ କିଙ୍ଗଡମ୍ ନ୍ୟାଶନାଲ ହେଲ୍ଥ ସର୍ଭିସ ଚ୍ୟାରିଟି ପାଇଁ ତାଙ୍କ ଭାଇ ଜେମି ଜୁନ୍ ୨୩ରେ ଏକ ଟୁର୍ନାମେଣ୍ଟ ଆୟୋଜନ କରିଛନ୍ତି। ରୁଦ୍ଧଦ୍ୱାରରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟର ନାମ ‘ସ୍କୋଡର୍ସ ବ୍ୟାଟଲ ଅଫ୍ ବ୍ରିଟ୍ସ’ ରଖାଯାଇଛି। ଇଭେଣ୍ଟ ଟି ଜୁନ୍ ୨୩ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ମୁରେ ବ୍ରଦର୍ସଙ୍କ ବ୍ୟତୀତ ଅନ୍ୟ ବ୍ରିଟିଶ ଖେଳାଳି ଯଥା କାଇଲ ଏଡ୍ମଣ୍ଡ୍ ଓ ଡାନ୍ ଇଭାନ୍ସ ପ୍ରମୁଖ ଭାଗ ନେବେ। ଏହା ଲଣ୍ଡନସ୍ଥିତ ଲନ୍ ଟେନିସ ଆସୋସିଏଶନର ରୋହାମ୍ପଟନ ବେସ୍ଠାରେ ଖେଳାଯିବ। ଆମାଜନ ପ୍ରାଇମ୍ ଏହାର ସିଧାପ୍ରସାରଣ କରିବ। ୟୁନାଇଟେଡ୍ କିଙ୍ଗଡମ୍ ନ୍ୟାଶନାଲ ହେଲ୍ଥ ସର୍ଭିସ ଚ୍ୟାରିଟି ପାଇଁ ଟୁର୍ନାମେଣ୍ଟରୁ ଅତି କମ୍ରେ ୧,୦୦,୦୦୦ ପାଉଣ୍ଡ (୧,୨୨,୦୦୦ ଆମେରିକୀୟ ଡଲାର) ପାଣ୍ଠି ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କରୋନାଭାଇରସ୍ ଯୋଗୁ ଏଟିପି ଡବ୍ଲ୍ୟୁଟିଏ ସିଜନ ସ୍ଥଗିତ ରଖାଯାଇଛି। ନଭେମ୍ବରରେ ଡେଭିସ୍ କପ୍ ଫାଇନାଲ ପରେ ମୁରେ ପ୍ରଥମ ଥର ଏକ ଟେନିସ ଟୁର୍ନାମେଣ୍ଟରେ ଖେଳିବେ। ତାଙ୍କ ସମର୍ଥକଙ୍କ ଲାଗି ଏହା ଏକ ଖୁସିର ଖବର।