Madrid: Indian Junior Men's Hockey team vies for ball during a match against Austria in 8-Nations U-21 Invitational, in Madrid, Spain, Saturday, June 15, 2019. India beat Austria 4-2 (PTI Photo/Swapan Mahapatra) (PTI6_15_2019_000120B)
ମାଡ୍ରିଡ୍, ୧୫ା୬ (ପି.ଟି.): ସଞ୍ଜୟଙ୍କ ଡବଲ୍ ଗୋଲ ସହାୟତାରେ ଭାରତୀୟ ଜୁନିୟର ପୁରୁଷ ଦଳ ଏଠାରେ ଚାଲିଥିବା ୮-ରାଷ୍ଟ୍ରୀୟ ୨୧ ବର୍ଷରୁ କମ୍ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟରେ ଅଷ୍ଟ୍ରିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଖେଳିଥିଲା। ପ୍ରଥମ କ୍ୱାର୍ଟର ଖେଳରେ ଭାରତକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ଚମତ୍କାର ଡ୍ରାଗ୍ ଫ୍ଲିକ୍ ଦ୍ୱାରା ସଞ୍ଜୟ ଏହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ସଞ୍ଜୟ ତାଙ୍କ ଦ୍ୱିତୀୟ ଗୋଲ ମଧ୍ୟ ପେନାଲ୍ଟି କର୍ନର ଜରିଆରେ ୨୩ତମ ମିନିଟ୍ରେ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟର ଖେଳରେ ଅଲିଭର କେରନ (୩୪ତମ ମିନିଟ)ଙ୍କ ଗୋଲ ସହାୟତାରେ ଅଷ୍ଟ୍ରିଆ ଗୋଲ ବ୍ୟବଧାନକୁ ହ୍ରାସ କରିଥିଲା। ମାତ୍ର ଏହାର ୧ ମିନିଟ୍ ପରେ ରାହୁଲ ରାଜୀବ ଏକ ଗୋଲ ସ୍କୋର କରି ଭାରତକୁ ୩-୧ ଗୋଲ୍ରେ ଆଗୁଆ କରିଥିଲେ। ଏହି କ୍ୱାର୍ଟରରେ ଦୁଇ ଦଳ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଥିଲେ। ପରେ ୪୯ତମ ମିନିଟ୍ରେ ଫିଲିପ୍ ସ୍କିପାନ୍ ଅଷ୍ଟ୍ର୍ରିଆ ତରଫରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ତେବେ ୫୧ତମ ମିନିଟ୍ରେ ପ୍ରଭଜୋତ ସିଂଙ୍କ ଗୋଲ ଯୋଗୁ ଭାରତ ପୁଣି ୨ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଭାରତ ରବିବାର ୫ ଓ ୬ଷ୍ଠ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚ ଖେଳିବ।