CHANGWON - SEPTEMBER 13: Gold medalist Udhayveer SIDHU of India poses with his medal after the 25m Pistol Men Junior Event at the Changwon International Shooting Range during Day 12 of the 52nd ISSF World Championship All Events on September 13, 2018 in Changwon, Republic of Korea. (Photo by ISSF Photographers)
ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ଶୁଲ୍ଠାରେ ଜୁନିୟର ଶୁଟରଙ୍କ ଲାଗି ଆୟୋଜିତ କମ୍ବାଇନ୍ଡ ଓ୍ବାଲର୍ଡକପ୍ରେ ଭାରତର ଉଦୟବୀର ସିଦ୍ଧୁ ଡବଲ୍ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫଳରେ ପ୍ରତିଯୋଗିତାର ପ୍ରଥମ ଦିବସରେ ଭାରତ ପୋଲ ପୋଜିଶନ ହାସଲ କରିଛି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍ସ ଫେଡେରେଶନ (ଆଇଏସ୍ଏସ୍ଏଫ୍) ଦ୍ୱାରା ରାଇଫଲ, ପିସ୍ତଲ ଏବଂ ଶଟ୍ଗନ୍ ଶୁଟରମାନଙ୍କ ଲାଗି ଆୟୋଜିତ ଏହି ଟୁର୍ନାମେଣ୍ଟର ଜୁନିୟର ପୁରୁଷ ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟରେ ଭାରତ କ୍ଲିନ୍ ସୁଇପ୍ ହାସଲ କରିଛି। ଉଦୟବୀର ୫୭୫ ଶଟ୍ ସହ ସ୍ବର୍ଣ୍ଣ ଜିତିଥିବାବେଳେ ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ଆଦର୍ଶ ସିଂ (୫୬୮) ଏବଂ ଆନି ଭାନ୍ଓ୍ବାଲ (୫୬୬) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ପରେ ଆଦର୍ଶ, ବିଜୟବୀର ସିଦ୍ଧୁ ଏବଂ ଉଦୟବୀରଙ୍କୁ ନେଇ ଭାରତୀୟ ଦଳ ଟିମ୍ ଇଭେଣ୍ଟରେ ୧୭୦୭ ସ୍କୋର ସହ ସ୍ବର୍ଣ୍ଣ ପଦକ ଲାଭ କରିବା ସହ ଏକ ଜୁନିୟର ବିଶ୍ୱ ରେକର୍ଡ କରିଛି। ଇଭେଣ୍ଟର ରୌପ୍ୟ ପଦକ ଭାରତର ଦ୍ୱିତୀୟ ଟିମ୍ ହାସଲ କରିଛି। ଆନିଶ, ରାଜ କନଓ୍ବର ସାନ୍ଧୁ ଏବଂ ଦିଲ୍ଶାନ୍ କେଲିଙ୍କୁ ନେଇ ଏହି ଦଳ ୧୬୭୬ ପଏଣ୍ଟ ସ୍କୋର କରିଥିଲା। ପ୍ରଥମ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ, ଦୁଇ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ସହ ୫ ପଦକ ହାସଲ କରିଛି। ଚାଇନା ଏବଂ ଥାଇଲାଣ୍ଡ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ।