Elderly women participate in a walk organized to mark the World Elder Abuse Awareness Day in Bangalore, India, Wednesday, June 15, 2011. With the life expectancy of people increasing, households in places like India that have large numbers of joint and extended families are under stress, thereby increasing the incidents of abuse of the elderly by the family members. (AP Photos/Aijaz Rahi)
ନୂଆଦିଲ୍ଲୀ,୧୫।୬: ପ୍ରତିବର୍ଷ ଜୁନ୍ ୧୫ରେ ବିଶ୍ୱସ୍ତରରେ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର ସଚେତନତା ଦିବସ( ଓ୍ବାଲ୍ଡ ଏଲଡର ଆବ୍ୟୁଜ୍ ଆଓ୍ବାରନେସ୍ ଡେ) ପାଳନ କରାଯାଇଥାଏ। ୨୦୧୨ରେ ଜାତିସଂଘରେ ଏନେଇ ଏକ ପ୍ରସ୍ତାବ ଆସିଥିଲା। ଏହା ସପକ୍ଷରେ ଉପସ୍ଥିତ ୧୨୭ ସଦସ୍ୟଙ୍କ ମଧ୍ୟରୁ ୬୬ ଜଣ ସଦସ୍ୟ ଦେଇଥିଲେ। ସେବେଠାରୁ ଏହି ଦିବସ ବିଶ୍ୱସ୍ତରରେ ପାଳିତ ହୋଇ ଆସୁଛି। ଜୀବନର ସାୟାହ୍ନରେ ବୟସ୍କ ଅବହେଳିତ ହେଉଛନ୍ତି। ମାତା ପିତାଙ୍କ ପ୍ରତି ଜନ୍ମିତ ସନ୍ତାନ ଅବହେଳା କରୁଛନ୍ତି। ଏନେଇ ହେଲ୍ପ ଏଜ୍ ଇଣ୍ଡିଆର ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଭାରତରେ ୮୯ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି। ସେହିପରି ୩୫ ପ୍ରତିଶତ ଲୋକ ବୟସ୍କଙ୍କ ସେବା କରିବାରେ କୁଣ୍ଠାବୋଧ କରିଥାନ୍ତି। ଏଥିରେ ସେମାନେ ଖୁସି ଅନୁଭବ କରି ନ ଥାନ୍ତି। ବଂର ବାଧ୍ୟ ହୋଇ ଏପରି କରନ୍ତି। ୨୯ ପ୍ରତିଶତ ଲୋକ ବୟସ୍କ ମାତାପିତାଙ୍କୁ ଘରେ ରଖିବାକୁ ଚାହାଁନ୍ତି ନାହିଁ। ସେହିପରି ୨୫ ପ୍ରତିଶତ ଲୋକ ବୟସ୍କଙ୍କ ବ୍ୟବହାରରେ ଅବସାଦ ବୋଧ ଅନୁଭବ କରିଥାନ୍ତି। କିଭଳି ସେମାନଙ୍କଠାରୁ ନିସ୍ତାର ପାଇବେ ତାହା ଚିନ୍ତା କରନ୍ତି। ଦେଶର ୨୦ଟି ସହରରେ ହୋଇଥିବା ଏହି ସର୍ଭେରେ ୨୦୯୦ ଜଣ ୩୦ରୁ ୪୦ ବୟସ୍କ ଲୋକଙ୍କ ସାମିଲ୍ କରାଯାଇଥିଲା। ଏହି ରିପୋର୍ଟ ଦେଶର ସାଧାରଣ ଲୋକଙ୍କ ଭାବୁକ କରାଇଥିବା କୁହାଯାଉଛି।