Categories: Home Leftଖେଳ

ଜୀବିତ ଅଛନ୍ତି ଦ ରକ୍‌

ଲଣ୍ଡନ,୧୬।୧୧- ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦ ରକ୍‌ ଭାବେ ପରିଚିତ ଡ୍ବେନ ଜନସନ ଏବେ ଜୀବିତ ଅଛନ୍ତି। ଅପ୍‌କମିଂ ଫିଲ୍ମ ଶୁଟିଂବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୋସିଆଲ ମିଡିଆରେ ଗୁଜବ ଚାଲିଛି। ଏହି ଗୁଜବ ଭିତ୍ତିହୀନ। ୪୭ ବର୍ଷୀୟ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାରରୁ ଲୋକପ୍ରିୟ ଅଭିନେତା ପାଲଟିଥିବା ଜନସନ ଏକ ଭୟଙ୍କର ଷ୍ଟଣ୍ଟ ଉଦ୍ୟମ କରୁଥିବାବେଳେ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ଫେସବୁକ ୟୁଜର୍ସମାନେ ବହୁ ସଂଖ୍ୟାରେ ଶେୟାର କରିବା ଫଳରେ ଖବର ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ହଲିଉଡ ସୁପରଷ୍ଟାର କିଛି କମେଣ୍ଟ କରିନାହାନ୍ତି। କିନ୍ତୁ ତାଙ୍କ ମୃତ୍ୟୁ ସମ୍ପର୍କିତ ଗୁଜବ ପ୍ରଥମ ଥର ହୋଇ ନାହିଁ। ସମାନ ଘଟଣା ୨୦୧୧ ଓ ୨୦୧୫ରେ ମଧ୍ୟ ଘଟିଥିଲା। ଉଲ୍ଲେଖଯୋଗ୍ୟ, ସେ ଏବେ ଡିସିୟୁର ସୁପରହିରୋ ବ୍ଲାକ ଆଡାମ ଫ୍ଲିମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କ ଦ୍ୱାରା ଆହୁରି ଅଭିନୀତ ଫିଲ୍ମ ଜୁମାନ୍‌ଜୀ: ଦ ନେକ୍ସଟ ଲିଭେଲ ଓ ଜଙ୍ଗଲ କ୍ରୁଜ ରିଲିଜ ଅପେକ୍ଷାରେ ରହିଛି।