Categories: Home Leftଖେଳ

ଜିସିଏ ସଭାପତି ପଦରୁ ଅମିତ ଶାହାଙ୍କ ଇସ୍ତଫା

ମୁମ୍ବାଇ,୨୮।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଜିସିଏ ସଭାପତି ପଦ ଖାଲି ହୋଇଛି। ତେବେ ଏହି ପଦ ପାଇଁ ନିକଟ ଭବିଷତରେ ନିର୍ବାଚନ ହେବାର ନାହିଁ। ୨୦୧୪ରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଜିସିଏ ସଭାପତି ପଦ ଛାଡ଼ିବା ପରେ ଶାହ ଦାୟିତ୍ୱ ଗ୍ରହଣ କରିଥିଲେ। ଉପ ସଭାପତି ପାରିମଲ ନାଥଓ୍ବାନି ମଧ୍ୟ ପଦ ଛାଡ଼ିଛନ୍ତି। ଜିସିଏରେ ନାଥଓ୍ବାନିଙ୍କ ନେତୃତ୍ୱରେ ମୋଟେରା ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଯୁଗ୍ମ ସମ୍ପାଦକ ପଦରେ ଥିବା ଶାହଙ୍କ ପୁଅ ନିଜ ଦାୟିତ୍ୱ ଜାରି ରଖିବେ।