Categories: ଅନୁଗୋଳ

ଜିଲା ବାହାର ବ୍ୟକ୍ତିଙ୍କୁ ବିରୋଧ

ଛେଣ୍ଡିପଦା,୧୮।୫(ସ୍ବ.ପ୍ର.)- ଖୋର୍ଦ୍ଧା ଜିଲାର ଜଣେ ବ୍ୟକ୍ତି ସୋମବାର ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ କୁବିହାରିପୁର ଗଁାକୁ ଯାଇଥିବା ବେଳେ ଗ୍ରାମବାସୀ ଜୋରଦାର ବିରୋଧ କରିଥିଲେ। ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସେମାନେ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣାଇଥିଲେ। କିନ୍ତୁ ପଞ୍ଚାୟତ ପକ୍ଷରୁ କେହି ନ ଆସିବାରୁ ଗ୍ରାମବାସୀ
ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ତହସିଲଦାର ଡାନିଏଲ ଏକ୍କା ଓ ପୋଲିସ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତି ଜଣକ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ ସ୍ବାବ ନମୁନା ଦେଇଥିବା ଓ ତାଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଥିବା ଗ୍ରାମବାସୀଙ୍କୁ କହିଥିଲେ। ହେଲେ ଗ୍ରାମବାସୀ ଅଡ଼ି ବସିବାରୁ ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା।