During door-to-door national polio campaign a polio team vaccinate Noni, (4) in Drrimiann goth (village) in Hyderabad district, Sindh Province, Pakistan. Photographer: Asad Zaidi
ବ୍ରହ୍ମପୁର,୧୯।୧: ଜିଲାସ୍ତରୀୟ ପଲସ ପୋଲିଓ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଯାଇଛି। ସିଟି ହସ୍ପିଟାଲ ପରିସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍ପିଏଚଓ) ଡା. ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଚିକିତ୍ସା ଓ ଜନସାସ୍ଥ୍ୟ ଅଧିକାରୀ(ଏଡିଏମ୍ ପିଏଚଓ) ଡା. ଭି. ସରୋଜିନୀ ଦେବୀ, ମଶା ବାହିତ ରୋଗ ବିଭାଗ ଅତିରିକ୍ତ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ଏଡିଏମ ପିଏଚଓ) ଡା. ଆର ଜଗଦୀଶ ପଟ୍ଟନାୟକ, ଡିପିଏଚଓ ଡା. ସନ୍ତୋଷ କୁମାର ପାଢ଼ୀ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସର୍ଭିଲେନ୍ସ ମେଡିକାଲ ଅଫିସର ଡା. ସମ୍ବିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜନ୍ମରୁ ୫ ବର୍ଷ ବୟସର ୩୫୨୫୮୦ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଜିଲାର ୧୬୧୭ ବୁଥ୍ରେ ପଲସ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଅନ୍ୟ ଦୁଇଦିନ ଘର ଘର ବୁଲି ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ।