Categories: Home Leftଖେଳ

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ

ହରାରେ, ୯ା୮ (ଏପି)-ଏକ ସରକାରୀ ପରିଷଦ ଦ୍ୱାରା ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ ହୋଇଛି। କିନ୍ତୁ ବାହ୍ୟ ହସ୍ତକ୍ଷେପ ଯୋଗୁ ଦେଶ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ସସ୍‌ପେଣ୍ଡ ହୋଇଛି। ଗୁରୁବାର କୋର୍ଟରେ ବିବାଦର ମିମାଂସା ହେବାପରେ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ପୋଟର୍‌ସ ଆଣ୍ଡ୍‌ ରିକ୍ରିଏଶନ କମିଶନ (ଏସ୍‌ଆର୍‌ସି) ଚେୟାରମ୍ୟାନ ଟାଭେଙ୍ଗ୍ବାଙ୍କ ନେୃତ୍ୱତ୍ୱରେ କର୍ମକର୍ତ୍ତାମାନେ ସେମାନଙ୍କ ପଦବୀକୁ ଫେରିଛନ୍ତି। ନିର୍ବାଚନରେ ଅନିୟମିତତା ଏବଂ ଦୁର୍ନୀତି ଅଭିଯୋଗରେ ଏସଆରସି ଗତ ଜୁନ୍‌ରେ ବୋର୍ଡର ସମସ୍ତ କର୍ମକର୍ତ୍ତାଙ୍କୁ ବହିଷ୍କୃତ କରିଥିଲା। ଯାହା ଫଳରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜିମ୍ବାଓ୍ବେକୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ବାସନ୍ଦ କରିଥିଲା। ଆଇସିସି ପୁନଶ୍ଚ କହିଥିଲା ଯେ, ପରିସ୍ଥିତିରେ ଯଦି ସୁଧାର ଆସେ ତେବେ ଅକ୍ଟୋବରରେ ହେବାକୁ ଥିବା ଏହାର ବୈଠକରେ ଜିମ୍ବାଓ୍ବ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ପୁନର୍ବିଚାର କରାଯାଇପାରେ।