Afghanistan's Najibullah Zadran plays a shot during the second match between Afghanistan and Zimbabwe in the T20 Tri-nations cricket series at the Sher-e-Bangla National Stadium in Dhaka on September 14, 2019. (Photo by MUNIR UZ ZAMAN / AFP) (Photo credit should read MUNIR UZ ZAMAN/AFP/Getty Images)
ଢାକା, ୧୫ା୯ (ଏଏଫ୍ପି)-ନାଜିବୁଲ୍ଲା ଜାଡ୍ରାନଙ୍କ ଅପରାଜିତ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଆଫଗାନିସ୍ତାନ ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ଟି୨୦ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଜିମ୍ବାଓ୍ବେକୁ ୨୮ରନରେ ପରାସ୍ତ କରିଛି। ନାଜିବୁଲ୍ଲା ୩୦ ବଲ୍ ସାମ୍ନା କରି ୫ ଚୌକା ଓ ୬ ଛକା ସହ ୬୯ ରନ କରି ଅପରାଜିତ ରହିଥିଲେ। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ୧୯୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ବେ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୧୬୯ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ରେଗିସ୍ ଚାକାବ୍ଭା ୪୨ରନ କରି ଅପରାଜିତ ରହିଥିଲେ। ଉଇକେଟକିପର ତଥା ଓପନର ବ୍ରେଣ୍ଡନ ଟେଲର ୨୭, ର଼୍ୟାନ ବୁରି ୨୫ରନ କରିଥିଲେ। ଆଫଗାନିସ୍ତାନ ତରଫରୁ ଫରିଦ ମଲିକ ଓ ଅଧିନାୟକ ରଶିଦ ଖାଁ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ଟସ୍ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୫ଉଇକେଟ ବିନିମୟରେ ୧୯୭ରନ କରିଥିଲା। ଦଳ ପକ୍ଷରୁ ନାଜିବୁଲ୍ଲାଙ୍କ ଦ୍ରୁତ ଅର୍ଦ୍ଧଶତକ ବ୍ୟତୀତ ଓପନର ତଥା ଉଇକେଟକିପର ରହମାନୁଲ୍ଲା ଗୁର୍ବାଜ ୪୩, ମହମ୍ମଦ ନବି ୩୮ରନ କରିଥିଲେ। ଜିମ୍ବାଓ୍ବେ ତରଫରୁ ଟେଣ୍ଡାଇ ଚାଟରା ଏବଂ ସିନ୍ ଓ୍ବିଲିୟମ୍ସ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ: ୨୦ ଓଭରରେ ୧୯୭/୫ (ନାଜିବୁଲ୍ଲା-୬୯*, ସିନ୍ ଓ୍ବିଲିୟମ୍ସ-୨/୧୬, ଟେଣ୍ଡାଇ ଚାଟରା-୨/୫୩)।
ଜିମ୍ବାଓ୍ବେ: ୨୦ ଓଭରରେ ୧୬୯/୭ (ରେଗିସ୍ ଚାକାବ୍ଭା-୪୨*, ବ୍ରେଣ୍ଡନ ଟେଲର-୨୭, ରଶିଦ ଖାଁ-୨/୨୯, ଫରିଦ ମଲିକ-୨/୩୫)।