HAMILTON, NEW ZEALAND - FEBRUARY 10: Khaleel Ahmed of India looks on during the International T20 Game 3 between India and New Zealand at Seddon Park on February 10, 2019 in Hamilton, New Zealand. (Photo by Hannah Peters/Getty Images)
ନୂଆଦିଲ୍ଲୀ,୫।୮(ପି.ଟି.)- ବର୍ଷ ବର୍ଷ ଧରି ଭାରତୀୟ ଦଳ ପାଇଁ ପ୍ରତିଭାସମ୍ପନ୍ନ ବାମହାତୀ ପେସରମାନେ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରିଆସିଛନ୍ତି। ଜାହିର ଖାନ, ଆଶିଷ ନେହେରା ଓ ଇର୍ଫାନ ପଠାନ ଭାରତକୁ ବହୁତ ମ୍ୟାଚ୍ ଜିତାଇଛନ୍ତି। ବରିନ୍ଦର ସ୍ରନ ଓ ଜୟଦେବ ଉନାଡକଟ ଦଳରେ ନିଜ ସ୍ଥାନ ପକ୍କା କରିପାରି ନ ଥିଲେ। ହେଲେ ୨୧ ବର୍ଷୀୟ ଖଲିଲ ଅହମ୍ମଦ ୨୦୧୮ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ନିୟମିତ ଭାବେ ଭାରତୀୟ ଦଳର ସଦସ୍ୟ ହୋଇ ରହିଛନ୍ତି। ଜାହିରଭାଇଙ୍କ ଭଳି ମୁଁ ଦୀର୍ଘ ସମୟ ଧରି ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଚାହେଁ। ସେ ଯେଉଁଭଳି ଖେଳୁଥିଲେ, ମୁଁ ତାହା କରିବାକୁ ଉଦ୍ୟମ କରିବି। ସେ ଯେତେବେଳେ ବୋଲିଂ କରୁଥିଲେ, ତାଙ୍କୁ ଦର୍ଶକ ଉତ୍ସାହିତ କରୁଥିଲେ। ମୋ ପ୍ରଦର୍ଶନକୁ ସେ ସ୍ତର ପର୍ଯ୍ୟନ୍ତ ନେବାକୁ ଚାହେଁ। ମୋର କିଛି ଦ୍ୱନ୍ଦ୍ୱ ଥିଲେ, ମୁଁ ଜାହିରଙ୍କୁ ପଚାରେ। ସେ ମୋ ପାଇଁ ସବୁବେଳେ ଉପଲବ୍ଧ ଅଛନ୍ତି। ଭାରତୀୟ ଦଳରେ ମୋତେ ସୁଯୋଗ ମିଳିଛି। ଏହାକୁ ମୁଁ ଝାଳବୁହା ପରିଶ୍ରମ ବଳରେ ବଜାୟ ରଖିବାକୁ ଚାହେଁ ବୋଲି ଖଲିଲ କହିଛନ୍ତି। ସେ ଏପର୍ଯ୍ୟନ୍ତ ୮ ଦିନିକିଆ ଓ ୧୧ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।