ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦ ପହଞ୍ଚିଲେ ଚିଦାମ୍ବରମ

ନୂଆଦିଲ୍ଲୀ,୫।୧୨: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ପି. ଚିଦାମ୍ବରମଙ୍କୁ ବୁଧବାର ଜାମିନ ମିଳିଛି। ଆଉ ଗୁରୁବାର ସକାଳୁ ସେ ସଂସଦରେ ପହଞ୍ଚିଥିବା ଦେଖାଯାଇଛି। ଆଇଏନ୍‌ଏକ୍ସ ମିଡିଆର ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ସଂସଦରେ କ’ଣ କହିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ପାଖାପାଖି ୧୦୬ ଦିନ ଜେଲ୍‌ରେ ରହିବା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଉକ୍ତ ମାମଲାକୁ ନେଇ କୌଣସି ବୟାନ ଦେବାକୁ ଅବା ବିଦେଶ ଯିବାକୁ ଚିଦାମ୍ବରମଙ୍କୁ କୋର୍ଟ ବାରଣ କରିଛନ୍ତି।