Nerijus Valskis of Jamshedpur FC celebrate his goal during match 20 of the 7th season of the Hero Indian Super League between Jamshedpur FC and ATK Mohun Bagan held at the Tilak Maidan Stadium, Goa, India on the 7th December 2020 Photo by Arjun SIngh / Sportzpics for ISL
ଭାସ୍କୋ, ୭।୧୨-
ନେରିଜୁସ୍ ଭାଲ୍ସକିସଙ୍କ ଡବଲ ଗୋଲ ବଳରେ ଜାମସେଦପୁର ଏଫସି ଚଳିତ ଆଇଏସ୍ଏଲ (ଇଣ୍ଡିଆନ ସୁପର ଲିଗ୍)ରେ ସୋମବାର ପ୍ରଥମ ବିଜୟ ହାସଲ କରିଛି। ଜାମସେଦପୁର ଏଫସି ୨-୧ ଗୋଲରେ ଏଟିକେ ମୋହନବାଗାନକୁ ହରାଇ ଦେଇଛି। ଏହା ଚଳିତ ଆଇଏସ୍ଏଲରେ ମୋହନବାଗାନର ପ୍ରଥମ ପରାଜୟ। ବିଜୟୀ ଦଳ ପକ୍ଷରୁ ଭାଲ୍ସକିସ୍ ୩୦ ଓ ୬୬ତମ ମିନିଟରେ ଗୋଲ ସ୍କୋର କରିଥିଲେ। ଜବାବରେ ମୋହନ ବାଗାନର ରୟ କ୍ରିଷ୍ଣା (୮୦ ତମ) ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହାପରେ ଦଳ ବହୁବାର ଆକ୍ରମଣ କରି କିଛି ସୁଯୋଗ ସୃଷ୍ଟି କରିଥିଲା। ହେଲେ ମୋହନବାଗାନ ଦଳର କୌଣସି ଖେଳାଳି ଫିନିଶିଂ ଟଚ୍ ଦେବାରେ ସଫଳ ହୋଇ ନ ଥିଲେ। ପୂର୍ବରୁ ୩ ମ୍ୟାଚ ଖେଳିଥିବା ଜାମସେଦପୁର ୨ ଡ୍ର’ ରଖିଥିବାବେଳେ ୧ ପରାଜୟ ବରଣ କରିଥିଲା।