Categories: Home Leftଖେଳ

ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କ ଡବଲ ବିଜୟ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ବୁଧବାର ଟୋକିଓରେ ଆରମ୍ଭ ହୋଇଛି। ବିଶ୍ୱର ୧୯୨ ପ୍ରତିଯୋଗୀଙ୍କୁ ନେଇ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଓଡ଼ିଶାର ପ୍ରମୋଦ ଭଗତ ସିଙ୍ଗଲ୍ସ ଇଭେଣ୍ଟରେ ଡବଲ ବିଜୟ ହାସଲ କରିଛନ୍ତି। ପ୍ରଥମ ରାଉଣ୍ଡରେ ପ୍ରମୋଦ ପେରୁର ପେଦ୍ରୋ ବାବିଓ ଡି ଭିନାଟିଆଙ୍କୁ ୨୧-୧୪, ୨୧-୮ ପଏଣ୍ଟରେ ହରାଇ ଦେଇଛନ୍ତି। ସେହିପରି ଦ୍ୱିତୀୟ ରାଉଣ୍ଡରେ ସେ ୟୁକ୍ରେନର ଓଲେକଜାଣ୍ଡର ଚିର୍କୋଭଙ୍କୁ ୨୧-୧୯, ୨୧-୮ ପଏଣ୍ଟରେ ପରାସ୍ତ କରି ଆଗକୁ ବଢ଼ିଛନ୍ତି।

Share