KENDRA SARKAARINTE THOZHILAALI VIRUDHA NAYANGALKKETHIRE PATHU TRADE UNIIONUKALUTE NEETHRUTHWATHIL PARLIAMENTINU MUNPIL VYAAZHAZHCHA AARAMHICHA THRIDINA DHARNA PHOTO: K M VASUDEVAN
ନୂଆଦିଲ୍ଲୀ,୧-୧୦: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡିକ ଆସନ୍ତା ବର୍ଷ ଜାନୁୟାରୀ ୮ରେ ଦେଶବ୍ୟାପୀ ଧର୍ମଘଟକୁ ଓହ୍ଲାଇବେ ବୋଲି ସୋମବାର ଜଣାପଡିଛି। ଶ୍ରମିକଙ୍କ ବିଭିନ୍ନ ଦାବୀ ପୂରଣ ଲାଗି ସରକାର ବିଫଳ ହୋଇଥିବା ପ୍ରତିବାଦରେ ସଙ୍ଗଠନଗୁଡିକ ଧାରଣା ଦେବେ। ଏଥିରୁ ସାରା ଦେଶରୁ ୧୦ ଶ୍ରମ ସଙ୍ଗଠନ ଯୋଗ ଦେବା ନେଇ ଏକ ମିଳିତ ପ୍ରେସ ବିବୃତ୍ତି ସୂଚନା ଦେଇଛନ୍ତି। ସରକାର ଶ୍ରମିକଙ୍କ ପ୍ରକୃତ ଦାବି ପୂରଣ କରିବାକୁ ସକ୍ଷମ ହୋଇ ନ ଥିବା ବେଳେ ଶ୍ରମକ ଅଧିକାରକୁ ନିରନ୍ତର ଭାବେ କୁଠାରଘାତ କରୁଥିବା ସଙ୍ଗଠନଗୁଡିକ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କର୍ପୋରେଟଗୁଡିକର ସ୍ବାର୍ଥକୁ ସରକାର ଅଧିକ ଗୁରୁତ୍ୱ ଦେଉଥିବା ସଂଘଗୁଡିକ ପ୍ରକାଶ କରିଛନ୍ତି। ଦାବିରେ କୁହାଯାଇଛି ଯେ, ସରକାର ସଙ୍ଗଠନଗୁଡିକର ଦାବିକୁ କର୍ଣ୍ଣପାତ କରୁନାହାନ୍ତି। ୨୦୧୫ ଜାତୀୟସ୍ତରରେ କୌଣସି ଲେବର କନଫରେନ୍ସ ହୋଇ ନ ଥିବା ବେଳେ ବଜେଟ ପୂର୍ବରୁ ଶ୍ରମିକଙ୍କ ପରାମର୍ଶ ଗ୍ରହଣ କରାଯାଉନାହିଁ। ନିଯୁକ୍ତି ହ୍ରାସ ଏବଂ ଦରବୃଦ୍ଧି ଭଳି ବିଭିନ୍ନ ସମସ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ୧୨ଟି ପ୍ରମୁଖ ଦାବି ରଖାଯାଇଛି।