ଜାନୁୟାରୀ ୨୮ରେ ଜୟପୁରରେ ବୈଠକ କରିବେ ରାହୁଲ

ନୂଆଦିଲ୍ଲୀ,୨୦।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୮ ତାରିଖରେ ଜୟପୁରରେ ଏକ ବୈଠକ ଡକାଇଛନ୍ତି। ଏଥିରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ବେରୋଜଗାର ଓ ଦେଶର ଆର୍ଥିକ ସ୍ଥିତିକୁ ନେଇ ଛାତ୍ର, ଯୁବକ ଓ କୃଷକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆସିଥିବା ସମସ୍ତ ପ୍ରସ୍ତାବକୁ କଂଗ୍ରେସ ଏକ ପ୍ରକାର ବିରୋଧ କରୁଥିବା ବେଳେ ସିଏଏକୁ ନେଇ ଆଜି ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। କଂଗ୍ରେସ ମଧ୍ୟ ଏହାକୁ ଖୁବ୍‌ ବିରୋଧ କରୁଛି।