ରାଇକିଆ,୮।୧(ପ୍ରଦୀପ ବେହେରା): ଚଳିତ ମାସ ୧୬ ତାରିଖରୁ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ୬୯ତମ ଜାତୀୟ ବିଦ୍ୟାଳୟ କ୍ରୀଡାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିବେ ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁଶାନ୍ତି ପ୍ରଧାନ । ବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷୟିତ୍ରୀ ସେବତୀ ପ୍ରଧାନଙ୍କ ଦ୍ୱାରା ପ୍ରଶିକ୍ଷିତ ସୁଶାନ୍ତୀ କେନ୍ଦୁଝରଠାରେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ରତିଯୋଗୀତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏଥି ପାଇଁ ସେ ପୁରୀରେ ହେବାକୁ ଥିବା ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଯୋଗ ଦାନ କରିବା ପରେ ରାଜସ୍ଥାନ ଗସ୍ତ କରିବେ ବୋଲି ବିଦ୍ୟାଳୟ ପ୍ରଧାନଶିକ୍ଷକ ସରୋଜ ସାହୁ ପ୍ରକାଶ କରିଛନ୍ତି।