Categories: ଅନୁଗୋଳ

ଜାତୀୟ ଖୋ ଖୋ ପ୍ରତିଯୋଗିତା: ଓଡ଼ିଶା ଦଳର ଛତିଶଗଡ଼ ଯାତ୍ରା

ବଅଁରପାଳ, ୨୯।୫ (ଡି.ଏନ୍‌.ଏ.)- ସେଭେନ୍‌ କ୍ଲବ ଖୋ ଖୋ ଇଣ୍ଡିଆ ଆନୁକୂଲ୍ୟରେ ଚଳିତ ମାସ ୨୯ ତାରିଖ ଠାରୁ ୩୧ ପର୍ଯ୍ୟନ୍ତ ଛତିଶଗଡ଼ର ଦୁର୍ଗପୁରାଇ ଠାରେ ଆୟୋଜନ ହେବ ସେଭେନ୍‌ କ୍ଲବ ସବ୍‌ଜୁନିୟର ଖୋ ଖୋ ଚାମ୍ପିୟନଶିପ୍‌। ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ଶାଖା ପକ୍ଷରୁ ୧୦ ଜଣିଆ ଦଳ ଘୋଷଣା କରାଯାଇଛି। ଏଥିପାଇଁ ଗତ ଦୁଇ ଦିନ ହେଲା ବଅଁରପାଳ ବ୍ଲକ କୁଲାଡ଼ ଆଲୁମିନିୟମ ହାଇସ୍କୁଲ ଠାରେ ଓଡ଼ିଶା ଦଳର ପ୍ରଶିକ୍ଷଣ ଶିବିର ଚାଲିଥିଲା। ମଙ୍ଗଳବାର ଟ୍ରେନ୍‌ ଯୋଗେ ଖେଳାଳିମାନେ ଅନୁଗୋଳରୁ ଛତିଶଗଡ଼ ଯାତ୍ରା କରିଛନ୍ତି। ସମସ୍ତ ଖେଳାଳିମାନଙ୍କୁ ସେଭେନ୍‌ କ୍ଲବ ଖୋ ଖୋ ଆସୋସିଏଶନ୍‌ ଓଡ଼ିଶା ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଆସୋସିଏଶନ୍‌ ସଭାପତି ଅଜିତ କୁମାର ସାହୁ, ଅଧ୍ୟକ୍ଷ ରାଜୀବ ଲୋଚନ ଜେନା, ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ, ସହ ସମ୍ପାଦକ ବିଜୟ କୁମାର ମହାପାତ୍ର, ଅଭୟ କୁମାର ସାହୁ, କୋଚ ଅର୍ଜୁନ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।