ଜାତୀୟସଙ୍ଗୀତ ପରିବେଷଣବେଳେ ବସିରହିଲେ ଜର୍ମାନ ଚାନ୍‌ସେଲର୍‌

ନୂଆଦିଲ୍ଲୀ,୧।୧୧:ଜର୍ମାନୀ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ ଭାରତ ଗସ୍ତରେ ଆସିଛି। ରାଷ୍ଟ୍ରପତି ଭବନରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏହି ଅବସରରେ ଭାରତୀୟ ଜାତୀୟସଙ୍ଗୀତ ପରିବେଷଣ କରାଯାଇଥିଲା। ସମସ୍ତେ ଛିଡା ହୋଇଥିବାବେଳେ ମର୍କେଲ ବସିରହିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ବସିଥିବା କୁହାଯାଉଛି। ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇଥିଲେ ଏବଂ ଭାରତୀୟ ପ୍ରତିନିଧିମଣ୍ଡଳକୁ ଭେଟିଥିଲେ। ଏହାପୂର୍ବରୁ ମଧ୍ୟ ଦେଶ-ବିଦେଶ ଗସ୍ତରେ ଜାତୀୟ ସଙ୍ଗୀତ ପରିବେଷଣବେଳେ ମର୍କେଲଙ୍କୁ ବସିଥିବାର ଦେଖାଯାଏ।