ଜଳସଙ୍କଟ ପାଇଁ ବଦଳିଲା ସ୍କୁଲ-କଲେଜ ଅଫିସ୍‌ ସମୟ: ଜୁନ୍‌ ୨୨ରେ ଡିଏମ୍‌କେ କରିବ ବିକ୍ଷୋଭ

ଚେନ୍ନାଇ,୨୦।୬: ତାମିଲ୍‌ନାଡୁରେ ଜଳସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇରେ କେତେକ ସ୍କୁଲ-କଲେଜ-ଅଫିସ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ ଗୁଡ଼ିକ ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ୧୫ ପର୍ଯ୍ୟନ୍ତ ଖୋଲା ରହୁଥିବାବେଳେ କେତେକ କଲେଜ ଏବଂ ଅଫିସ୍‌ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ପ୍ରାଇଭେଟ୍‌ ଅଫିସ୍‌ର ସମୟରେ ପରିବର୍ତ୍ତନ ହୋଇଥିବାବେଳେ ସରକାରୀ ଅଫିସ୍‌ ସମୟ ପୂର୍ବପରି ରହିଛି। ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ ପରିବର୍ତ୍ତିତ ସମୟ ସମ୍ପର୍କରେ ମୋବାଇଲ୍‌ରେ ମେସେଜ କରି ଅଭିଭାବକଙ୍କୁ ଜଣାଇଦେଇଥିବା କୁହାଯାଉଛି। ଲୋକମାନେ ଧାଡ଼ିବାନ୍ଧି ପାଣି ପାଇଁ ଅପେକ୍ଷା କରୁଛନ୍ତି। ଟୋକନ ଦେଖାଇଲେ ଦ୍ୱାରା ପାଣି ଦିଆଯାଉଛି। ଜଳସଙ୍କଟ ନେଇ ଡିଏମ୍‌କେ ପକ୍ଷରୁ ଜୁନ୍‌ ୨୨ରେ ରାଜ୍ୟ ସାରା ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୁହାଯାଉଛି।