Categories: Home Leftଖେଳ

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା ଯୁବିଙ୍କ ଲାଗି ସବୁଠୁ ବଡ଼ ସମ୍ମାନ ହେବ ବୋଲି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କହିଛନ୍ତି। ଯୁବିଙ୍କ ଅବସର ପରେ ତାଙ୍କ ସାଥୀ ଖେଳାଳି ଗମ୍ଭୀର ଟୁଇଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ସୁନ୍ଦରମୟ କ୍ୟାରିୟର ପାଇଁ ତୁମକୁ ଶୁଭେଚ୍ଛା। ଧଳା ବଲ କ୍ରିକେଟରେ ଦେଶରେ ତୁମେ ଶ୍ରେଷ୍ଠ ଖେଳାଳି। ଏଣୁ ତୁମ ସମ୍ମାନ ପାଇଁ ବିସିସିଆଇ ୧୨ ନଂ ଜର୍ସିକୁ ସନ୍ନ୍ୟାସ ଦେବା ଉଚିତ। ତୁମ ଭଳି ମୁଁ ବ୍ୟାଟିଂ କରିପାରିଥାନ୍ତି କି ବୋଲି ପୂର୍ବତନ ଓପନର ଟୁଇଟ୍‌ କରିଛନ୍ତି। ଉଲ୍ଲେଖଥାଉ କି, ଏପର୍ଯ୍ୟନ୍ତ ବିସିସିଆଇ କୌଣସି ଖେଳାଳିଙ୍କ ଜର୍ସିକୁ ସନ୍ନ୍ୟାସ ଦେଇ ନାହିଁ। ଏପରି କି ଜର୍ସି ତାଲିକାରୁ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୧୦ ନଂକୁ ମଧ୍ୟ ବାଦ୍‌ ଦେଇ ନାହିଁ। କେବଳ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ତେନ୍ଦୁଲକରଙ୍କ ସମ୍ମାନ ପାଇଁ ଜର୍ସି ନଂ ୧୦କୁ କୌଣସି ଖେଳାଳିଙ୍କୁ ପରିଧାନ କରିବାକୁ ଅନୁମତି ଦେବାକୁ ମନା କରିଛି।