Jammu and Kashmir, October 29 (ANI): The delegation of European Union (EU) MPs visited Dal Lake in Srinagar on Tuesday. (ANI Photo)
ନୂଆଦିଲ୍ଲୀ,୯।୧: ଜମ୍ମୁ-କଶ୍ମୀରର ସ୍ଥିତି ପରଖିବାକୁ ୧୫ ରାଷ୍ଟ୍ରଦୂତ ଗୁରୁବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଏମାନେ ଜାନୁୟାରୀ ୯-୧୦ ଦୁଇଦିନ ଧରି କଶ୍ମୀରରେ ରହିବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ମାଲଡିଭିସ, ନରଓ୍ବେ, ଆର୍ଜେଣ୍ଟିନା, ନାଇଜର, ଟୋଗୋ, ଭିଏତ୍ନାମ, ବାଂଲାଦେଶ, ସାଉଥ୍ କୋରିଆ, ପେରୁ ଆଦି ଦେଶର ରାଷ୍ଟ୍ରଦୂତ। ଏମାନେ ସେଠାରେ ସିଭିଲ୍ ସୋସାଇଟି ଲିଡରଙ୍କୁ ସାକ୍ଷାତ୍ କରିବା ସହ ସେଠାରେ ସୁରକ୍ଷା ବ୍ୟବସ୍ଥା, ସେନା ଓ ଗୁଇନ୍ଦା ବିଭାଗର ସ୍ଥିତି ଉପରେ ନଜର ପକାଇବେ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମଥର ଲାଗି ଏମାନେ ସେଠାକୁ ଗସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅଧିକାରୀମାନଙ୍କର ଏହା ପ୍ରଥମ କଶ୍ମୀର ଗସ୍ତ।