ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଖାଦ୍ୟରେ ଜହର ମିଶାଇବା ଲାଗି ଆଇଏସ୍‌ଆଇର ଘୃଣ୍ୟ ଷଡ଼ଯନ୍ତ୍ର

ଶ୍ରୀନଗର,୭।୧: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଘୃଣ୍ୟ ଷଡ଼ଯନ୍ତ୍ର ରଚାଯାଇଛି। ଜମ୍ମୁ-କଶ୍ମୀରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଖାଦ୍ୟରେ ଜହର ମିଶାଇବା ପାଇଁ ଆଇଏସ୍‌ଆଇ ପକ୍ଷରୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ତାଲିମ୍‌ ପ୍ରାପ୍ତ ଆତଙ୍କବାଦୀଙ୍କ ସହାୟତାରେ ଆଇଏସ୍‌ଆଇ ଏଭଳି ଘୃଣ୍ୟ କାଣ୍ଡ ଭିଆଇ ପାରେ ବୋଲି ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସୁରକ୍ଷାକର୍ମୀଙ୍କୁ ଖାଦ୍ୟପଦାର୍ଥ ଯୋଗାଇ ଦେଉଥିବା ରାଶନ ଡିପୋଗୁଡ଼ିକୁ ମଧ୍ୟ ଏନେଇ ସତର୍କ ସୂଚନା ଜାରି କରାଯାଇଛି।

Share