ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ସଂସଦରେ ନିଜର ପୋଷାକ ଚିରିଲେ ପିଡିପି ନେତା

ନୂଆଦିଲ୍ଲୀ,୫।୮: ରାଜ୍ୟସଭାରେ ସୋମବାର ହଟ୍ଟଗୋଳ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଘୋଷଣା କରିଥିଲେ। ଏହାପରେ ସଂସଦରେ ବହୁ ଜୋରରେ ବିରୋଧୀ ହଟ୍ଟଗୋଳ କରିବା ସତ୍ତ୍ୱେ ବି ରାଜ୍ୟସଭାରେ ଏହି ବିଲ୍‌ ଅନୁମୋଦିତ ହୋଇଥିଲା। ବିଲ୍‌ ଅନୁମୋଦିତ ହେବା ପରେ ପିଡିପିର ୨ଜଣ ଏମ୍‌ପି ନଜିର ଅହମ୍ମଦ ଓ ଏମ୍‌ଏମ୍‌ ଫୟାଜ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିଯୋଗୁ ତାଙ୍କୁ ବାଚସ୍ପତି ରାଜ୍ୟସଭାରୁ ବାହାରକୁ ଯିବା ପାଇଁ କହିଥିଲେ। ଏହା ଶୁଣିବା ପରେ ସଂସଦରେ ସର୍ବସମ୍ମୁଖରେ ସେମାନେ ନିଜର ପୋଷାକ ଚିରି ଦେଇ ବିରୋଧ କରିଥିବା ଜଣାପଡ଼ିଛି।