Agartala (Tripura), Feb 09 (ANI): Prime Minister Narendra Modi talks with Tripura Chief Minister Biplab Kumar Deb during a public rally in Agartala on Saturday. (ANI Photo)
ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମୋଦି ତ୍ରିପୁରାରେ ବିପ୍ଳବଙ୍କ କାମକୁ ମଧ୍ୟ ପ୍ରଶଂସା କରିଛନ୍ତି। ମୋଦି ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିବା ସହ ସେ ଦୀର୍ଘାୟୁ ହୁଅନ୍ତୁ ବୋଲି କହିଛନ୍ତି। ଟୁଇଟ୍ କରି ମୋଦି ଶୁଭେଚ୍ଛା ଜଣାଇବା ପରେ ବିପ୍ଳବ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଏହି ପ୍ରଶଂସା ବିପ୍ଳବଙ୍କୁ ଆହୁରି ଅଧିକ କାମ କରିବାକୁ ପ୍ରେତ୍ସାହନ ଯୋଗାଇବ ବୋଲି ସେ ଉତ୍ତର ରଖିଛନ୍ତି। ମୋଦିଙ୍କ ଆଶୀର୍ବାଦ ନେଇ ସେ ତ୍ରିପୁରାକୁ ଏକ ମଡେଲ ଷ୍ଟେଟ ବା ଆଦର୍ଶ ରାଜ୍ୟ କରିବେ ବୋଲି କହିଛନ୍ତି।