ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଶିକ୍ଷକ ନିଲମ୍ବିତ

ଖଇରା, ୨୬।୯(ଡି.ଏନ.ଏ.)-ବହୁ ବାଦ ବିବାଦ ଆରୋପ ପ୍ରତ୍ୟାରୋପ ପରେ ଖଇରା ବ୍ଲକ ଶିକ୍ଷାଧିକାରୀ ଧରଣୀଧର ପାତ୍ର ବାଘୁଆ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବିନ୍ଦ୍ର ସେଠୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଛାତ୍ରୀଙ୍କୁ ଅସଦାଚରଣ ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଦ୍ୟାଳୟରେ ରାଜନୀତି ଜୋର ଧରିଥିଲା। ଗୋଟିଏ ଗୋଷ୍ଠୀ ଅଭିଯୋଗକୁ ସତ ପ୍ରମାଣିତ କରିବାକୁ ଉଦ୍ୟମ କରୁଥିବା ବେଳେ ପରିଚାଳନା କମିଟି ସଦସ୍ୟମାନେ ଏହା ଏକ ଷଡଯନ୍ତ୍ର ଏବଂ ଶିକ୍ଷକଙ୍କ ଫସାଇବାକୁ ଚକ୍ରାନ୍ତ କରାଯାଉଥିବା ନେଇ ଦାବି କରି ଆସୁଥିଲେ। ବୁଧବାର ଶିକ୍ଷାଧିକାରୀ ପାତ୍ର ଖଇରା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁଜାତା ସାହୁ ଓ ୨ଜଣ ଅତିରିକ୍ତ ଶିକ୍ଷାଧିକାରୀଙ୍କୁ ପଠାଇ ତଦନ୍ତ କରିବା ପରେ ଗୁରୁବାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।