New Zealand's batsman Tim Southee celebrates reaching his half century (50 runs) during day one of the second cricket Test match between New Zealand and Sri Lanka at Hagley Park Oval in Christchurch on December 26, 2018. (Photo by Marty MELVILLE / AFP) (Photo credit should read MARTY MELVILLE/AFP/Getty Images)
ଗାଲେ,୧୬।୮: ନ୍ୟୁଜିଲାଣ୍ଡ କ୍ରିକେଟର ଟିମ୍ ସୌଦି ନିଜର ଉଇକେଟ ନେବାର ଦକ୍ଷତା, ସୁଇଂ ବୋଲିଂ ଓ ଚମତ୍କାର ଫିଲ୍ଡିଂ ଯୋଗୁ ଜଣାଶୁଣା। ଏହା ବ୍ୟତୀତ ତାଙ୍କର ଛକା ଲଗାଇବାର ମଧ୍ୟ ଦକ୍ଷତା ରହିଛି। ସେ ଶୁକ୍ରବାର ଟେଷ୍ଟ ଫର୍ମାଟରେ ଛକା ଲଗାଇବାରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ଏଠାରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ତାଙ୍କର ୧୪ ରନ୍ର ଇନିଂସରେ ଏକ ଛକା ସାମିଲ ଥିଲା। ଏଥିଯୋଗୁ ତାଙ୍କ ଟେଷ୍ଟ କ୍ୟାରିୟରର ଛକା ସଂଖ୍ୟା ୬୯ରେ ପହଞ୍ଚତ୍ଛି। ଏହି ସଂଖ୍ୟକ ଛକା ସଚିନ ୩୨୯ ଇନିଂସ ଖେଳି ଲଗାଇଥିଲେ। ସୌଦି ମାତ୍ର ୮୯ ଇନିଂସରେ ଏତେ ସଂଖ୍ୟକ ଛକା ଲଗାଇଛନ୍ତି। ତେବେ ଉଭୟ ସୌଦି ଓ ସଚିନ ଟେଷ୍ଟ ଫର୍ମାଟରେ ସର୍ବାଧିକ ସଂଖ୍ୟକ ଛକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଯୁଗ୍ମ ୧୭ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଫର୍ମାଟରେ ସର୍ବାଧିକ ଛକା ମାରିବାର ରେକର୍ଡ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍କୁଲନଙ୍କ ନାମରେ ରହିଛି। ସେ ୧୭୯ ଇନିଂସରେ ୧୦୭ ଛକା ଲଗାଇଥିଲେ। ତାଙ୍କ ପଛକୁ ପୂର୍ବତନ ଅଷ୍ଟ୍ରେଲିଆନ ଉଇକେଟକିପର ଆଡାମ ଗିଲକ୍ରିଷ୍ଟ (୧୦୦), କ୍ରିସ ଗେଲ (୯୮), କ୍ୟାକ୍ସ କାଲିସ (୯୭) ଓ ବୀରେନ୍ଦ୍ର ସେହ୍ବାଗ (୯୧) ଯଥାକ୍ରମେ ୨ରୁ ୫ମ ସ୍ଥାନରେ ରହିଛନ୍ତି।