Thief Stealing Burglar Identity Burglary Crime Criminal
ରସୁଲପୁର,୨୨।୧୧(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ବାଲିଆପଶି ଗ୍ରାମରେ ଗୁରୁବାର ରାତି ସାଢେ ୯ଟାରେ ଚୋରି ଉଦ୍ୟମ ପଣ୍ଡ ହୋଇଛି। ଗାଁ ଲୋକେ ଚୋରକୁ ଗୋଡାଇ ଗୋଡାଇ ବିଲ ମଝିରେ କାବୁ କରିବାକୁ ସକ୍ଷମ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଗାଁ ଲୋକେ ଚୋରକୁ ପୋଲିସ ଜିମା ଦେଇଥିଲେ।
ପ୍ରକାଶ ଯେ, ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ଗ୍ରାମର ଶ୍ରୀକାନ୍ତ ସାହୁ(୨୨) ବାଲିଆପଶି ଗ୍ରାମର ବ୍ରହ୍ମନନ୍ଦ ତ୍ରିପାଠୀଙ୍କ ଘରୁ ଚୋରି କରିବା ଉଦ୍ଦେଶ୍ୟରେ ଛାତ ଉପରକୁ ଚଢି ଯାଇଥିଲେ। ଘରର ଝରକା କବାଟ ଖୋଲୁଥିବାବେଳେ ପରିବାର ଲୋକେ ଏହା ଦେଖି ପାଟି କରିବାରୁ ଶ୍ରୀକାନ୍ତ ଛାତ ଉପରୁ ତଳକୁ ଡେଇଁ ପଳାଇବାକୁ ଉଦ୍ୟମ କରୁଥିଲେ। ତାଙ୍କୁ ପିଛା କରି ଗାଁ ଲୋକେ ଦୌଡି ଦୌଡ଼ି ପ୍ରାୟ ୧ କି.ମି. ଦୂରରେ ଏକ ବିଲ ମଝିରେ ତାଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ। ପୋଲିସ ଚୋରକୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।