Masih Saighani of Chennaiyin FC and Xisco Hernandez of Odisha FC in action during match 26 of the Indian Super League ( ISL ) between Chennaiyin FC and Odisha FC held at the Jawaharlal Nehru Stadium, Chennai, India on the 28th November 2019. Photo by: Vipin Pawar / SPORTZPICS for ISL
ଚେନ୍ନାଇ, ୨୯।୧୧ (ପି.ଟି.)- ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍)ରେ ଗୁରୁବାର ନବାଗତ ଓଡ଼ିଶା ଏଫ୍ସି ଓ ଚେନ୍ନାଇନ ଏଫ୍ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୨-୨ ଗୋଲରେ ଡ୍ର’ରେ ଶେଷ ହୋଇଛି। ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ହିଁ ଉଭୟ ଦଳ ୨ଟି ଲେଖାଏ ଗୋଲସ୍କୋର କରିଥିଲେ। ଘରୋଇ ଦଳର ନେରିଜୁସ ଭାଲସ୍କି ଡବଲ୍ ଗୋଲ୍ସ୍କୋର କରିଥିଲେ ମଧ୍ୟ ଚେନ୍ନାଇନକୁ ଜିତାଇପାରି ନ ଥିଲେ।
ତଥା ମ୍ୟାଚ୍ର ୫୧ତମ ମିନିଟ୍ରେ ଚେନ୍ନାଇନ ପକ୍ଷରୁ ଭାଲସ୍କି ପ୍ରଥମ ଗୋଲସ୍କୋର କରି ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ତେବେ ଏହି ଖୁସି ବେଶି ସମୟ ପର୍ଯ୍ୟନ୍ତ ରହି ନ ଥିଲା। ଏହାର ୩ ମିନିଟ୍ ପରେ ଓଡ଼ିଶା ଏଫ୍ସି ଗୋଲ ଶୁଝାଇବାରେ ସଫଳ ହୋଇଥିଲା। ମଧ୍ୟକ୍ରମ ଖେଳାଳି ନନ୍ଦ କୁମାରଙ୍କ କ୍ରସ ପାସ୍କୁ ଜିସ୍କୋ ହର୍ନାଣ୍ଡିଜ ଫ୍ଲିକ୍ କରି ଚେନ୍ନାଇନ ଗୋଲପୋଷ୍ଟକୁ ବଲ୍ ପଠାଇ ଦେଇଥିଲେ। ଫଳରେ ମ୍ୟାଚ୍ ୧-୧ ବରାବରସ୍ଥିତିକୁ ଆସିଥିଲା। ଏହାପରେ ୭୧ତମ ମିନିଟ୍ରେ ଚେନ୍ନାଇନର ଭାଲସ୍କି ବ୍ୟକ୍ତିଗତ ତଥା ଦଳ ପାଇଁ ୨ୟ ଗୋଲ କରିଥିଲେ। ଏଥର ମଧ୍ୟ ଓଡ଼ିଶା ଖେଳାଳି ପ୍ରତ୍ୟାବର୍ତ୍ତନ କରି ୧୧ ମିନିଟ୍ ପରେ ଗୋଲ ଶୁଝାଇ ଦେଇଥିଲେ। ଆଡ୍ରିଆନେ ସାନ୍ତାସଙ୍କ ଗୋଲବଳରେ ମ୍ୟାଚ୍କୁ ଓଡ଼ିଶା ୨-୨ସ୍ତରକୁ ଆଣିଥିଲା। ଏହାପରେ କୌଣସି ଗୋଲ ନ ହେବାରୁ ଉଭୟ ଦଳ ଏକ ପଏଣ୍ଟ ଲେଖାଏ ଭାଗ କରିଥିଲେ। ଓଡ଼ିଶା ଏଫ୍ସି ୬ଷ୍ଠ ମ୍ୟାଚ୍ରୁ ଗୋଟିଏ ବିଜୟ, ୨ ପରାଜୟ ଓ ୩ ଡ୍ର ସହ ୬ ପଏଣ୍ଟ ପାଇ ଟେବୁଲ ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ଅପରପକ୍ଷରେ ଚେନ୍ନାଇନ ୬ ମ୍ୟାଚ୍ରୁ ୫ ପଏଣ୍ଟ ପାଇ ୧୦ ଦଳୀୟ ଟେବୁଲ ତାଲିକାର ୮ମ ସ୍ଥାନକୁ ଉଠିଛି।