Bangladesh's captain Mashrafe Mortaza (C) celebrates with teammate Bangladesh's Mehidy Hasan Miraz after taking a catch to dismiss England's Jason Roy during the 2019 Cricket World Cup group stage match between England and Bangladesh at Sophia Gardens stadium in Cardiff, south Wales, on June 8, 2019. (Photo by Paul ELLIS / AFP) / RESTRICTED TO EDITORIAL USE (Photo credit should read PAUL ELLIS/AFP/Getty Images)
ଟଣ୍ଟନ,୧୬ା୬: ବାଂଲାଦେଶ ପାଇଁ ଚଳିତ ବିଶ୍ୱକପ୍ରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ମୁସ୍ତାଫିକର ରହିମ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି। ସୋମବାର ଏଠାରେ ଓ୍ବେଷ୍ଟଇଣ୍ଡିଜ ଦଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ଆହତ ସମସ୍ୟା ବାଂଲାଦେଶ ଦଳର ଚିନ୍ତାକାରଣ। ପେସର ମୁସ୍ତାଫିଜୁର ରହମାନଙ୍କ ବଲ ରହିମଙ୍କ ଦେହରେ ବାଜିବା ପରେ ସେ ତୁରନ୍ତ ଫିଜିଓ ଥିଆନ ଚନ୍ଦ୍ରମୋହନଙ୍କ ସହ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ଆଉ ଫେରି ନ ଥିଲେ। ଡ୍ରେସିଂ ରୁମ୍ରେ ସେ ଆଘାତ ପାଇଥିବା ସ୍ଥାନରେ ବରଫ ଘସିଥିଲେ। ତାଙ୍କ ସମସ୍ୟା ଗୁରୁତର ନୁହେଁ। ହେଲେ ସୋମବାର ତାଙ୍କ ସମସ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ। ଏହାପରେ ନିଷ୍ପତ୍ତି ନିଆଯିବ ବୋଲି ବିସିବି ପ୍ରବକ୍ତା କହିଛନ୍ତି। ବାଂଲାଦେଶ ଦଳର ଓପନର ତାମିମ ଇକବାଲ ମଧ୍ୟ ବିଶ୍ୱକପ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆହତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।