Categories: ମେଟ୍ରୋ

ଚିନ୍ତନ ବୈଠକ ବିଷୟରେ ନେତାଙ୍କଠାରୁ ପଚାରି ବୁଝିଲେ ନିରଞ୍ଜନ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ବୁଧବାର ଚିନ୍ତନ ବୈଠକ କରାଯାଇଥିଲା। ଶୁକ୍ରବାର ଉକ୍ତ ବୈଠକରେ ଯୋଗ ଦେଇଥିବା କିଛି ନେତାଙ୍କୁ ନିଜ ବାସଭବନକୁ ଡାକି କଥା ହୋଇଛନ୍ତି ନିରଞ୍ଜନ। କ’ଣ ପାଇଁ ଏଭଳି ବୈଠକ କଲ ଏବଂ ଗଣମାଧ୍ୟମ ସମ୍ମୁଖରେ କାହିଁକି ଏସବୁ କହୁଛ ବୋଲି ସେ ପଚାରିଛନ୍ତି। କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାରକୁ ମିଡିଆ ସମ୍ମୁଖକୁ କାହିଁକି ନେଉଛ ସେ ବିଷୟରେ ପଚାରିଛନ୍ତି।

ପ୍ରକାଶଯୋଗ୍ୟ, ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ସହ ତାଙ୍କ ସ୍ଥାନରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ବସାଇବା ଲାଗି ଉକ୍ତ ବୈଠକ ହୋଇଥିଲା। ସେଥିରେ ନିରଞ୍ଜନ ପିସିସିକୁ ଠିକ୍‌ ଭାବେ ନେତୃତ୍ୱ ଦେଇପାରୁ ନ ଥିବା ଏବଂ ଦଳରେ ଆମୁଳଚୂଳ ପରିବର୍ତ୍ତନ ହେବାର ଆବଶ୍ୟକତା ଥିବା ନେତାମାନେ ମତ ରଖିଥିଲେ। ଏପରିକି ଏହାକୁ ନେଇ ନିରଞ୍ଜନ ପ୍ରତିକ୍ରିୟା ରଖି ସଭାପତି ରହିବାକୁ ଚାହୁଁନି, ମୋତେ ମୁକ୍ତି ଦିଅ ବୋଲି କହିଥିଲେ।