Categories: Home Leftଖେଳ

ପ୍ରିକ୍ୱାର୍ଟରରେ ଲିଭରପୁଲ, ଚେଲସି

ପ୍ୟାରିସ,୧୧।୧୨- ଚଳିତ ସିଜନର ୟୁଏଫା ଚାମ୍ପିୟନ୍ସଲିଗ୍‌ର ପ୍ରି-କ୍ୱାର୍ଟର ଫାଇନାଲରେ ଲିଭରପୁଲ ଓ ଚେଲସି ସ୍ଥାନ ପକ୍କା କରିଛନ୍ତି। ଅନ୍ୟପକ୍ଷରେ ଆଜାକ୍ସ ଓ ଇଣ୍ଟର ମିଲନ ଭଳି କ୍ଲବ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ରେଡ ବୁଲ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ ଲିଭରପୁଲ ଦଳକୁ କେବଳ ଡ୍ର’ ଦରକାର ଥିଲା। ମାତ୍ର ମହମ୍ମଦ ସାଲା ଓ ନାବି କେଇଟାଙ୍କ ଗୋଲ ଯୋଗୁ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଲିଭରପୁଲ ୨-୦ ଗୋଲରେ ବିଜୟୀ ହୋଇଥିଲା। ଫଳରେ ଗ୍ରୁପ ଇ’ର ଟପ୍ପର ଭାବେ ଲିଭରପୁଲ ଓ ଦ୍ୱିତୀୟ ସ୍ଥାନରେ ଥିବା ନାପୋଲି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଗ୍ରୁପ ଏଚ୍‌ ମ୍ୟାଚ୍‌ରେ ଭାଲେନ୍ସିଆ ୧-୦ ଗୋଲରେ ଆଜାକ୍ସକୁ ହରାଇ ଦେଇଛି। ଅନ୍ୟ ଏକ ମ୍ୟାଚ୍‌ରେ ଟାମି ଆର୍ବହାମ ଓ ସିଜାର ଜପିଲୁଟାଙ୍କ ଗୋଲରେ ୨୦୧୨ ସଂସ୍କରଣ ଚାମ୍ପିୟନ ଚେଲସି ୨-୧ରେ ଲିଲେକୁ ପରାସ୍ତ କରିଛି। ବିଜୟ ଯୋଗୁ ଚେଲସିର ପଏଣ୍ଟ ସଂଖ୍ୟା ଭାଲେନ୍ସିଆ (୧୧) ସହ ସମାନ ହୋଇଥିଲା। ହେଲେ ପରସ୍ପର ମଧ୍ୟରେ ହେଡ୍‌ ଟୁ ହେଡ୍‌ ରେକର୍ଡ ଯୋଗୁ ଚେଲସି ଦ୍ୱିତୀୟ ସ୍ଥାନରେ ରହି ଅନ୍ତିମ ୧୬ ରାଉଣ୍ଡରେ ପ୍ରବେଶ କରିଛି।