Workers wearing protective gears spray disinfectant against the coronavirus in front of a church in Daegu, South Korea, Thursday, Feb. 20, 2020. The mayor of the South Korean city of Daegu urged its 2.5 million people on Thursday to refrain from going outside as cases of a new virus spike.(Kim Jun-beom/Yonhap via AP)
ସିଓଲ,୨୪।୨: କରୋନା ଭାଇରସ ଚାଇନାରେ ମହାମାରୀ ଭଳି ବ୍ୟାପି ଚାଲିଥିବା ବେଳେ ଏବେ ଏହା ଆଖାପାଖ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ତେବେ ଚାଇନା ପରେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ସଂକ୍ରମିତ ରୋଗୀ ଥିବା ଓ ଚାଇନା ପରେ ଦକ୍ଷିଣ କୋରିଆରେ ସର୍ବାଧିକ ରୋଗୀ କରୋନା ଭାଇରସ ଯୋଗୁ ମୃତ୍ୟୁ ମୁଖରେ ପଡିଥିବା କୁହାଯାଉଛି। ସୋମବାର ସୁଦ୍ଧା ସେଠାରେ ୧୬୧ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାସହ ଦକ୍ଷିଣ କୋରିଆରେ କରୋନା ଭାଇରସରେ ଡଜନେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ଏବେ ପର୍ଯ୍ୟନ୍ତ କରୋନା ଭାଇରସର ସଠିକ୍ ଚିକିତ୍ସା ପଦ୍ଧତି ମିଳି ନ ଥିବାରୁ ଦିନକୁ ଦିନ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି ବୋଲି କୁହାଯାଉଛି। ସେପଟେ ଚାଇନାରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨,୫୯୨ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୭୭,୧୫୦ରେ।