Saina Nehwal of India hits a return against Kim Ga-eun of South Korea during their women's singles second round match at the 2019 Badminton Asia Championships in Wuhan in central China's Hubei province on April 25, 2019. (Photo by STR / AFP) / China OUT
ଚାଙ୍ଗ୍ଝୋ(ଚାଇନା),୧୮।୯: ଅନ୍ୟତମ ଭାରତୀୟ ଶଟ୍ଲର ସାଇନା ନେହ୍ବାଲଙ୍କୁ ଏଠାରେ ଚାଲିଥିବା ଚାଇନା ଓପନ୍ ଓ୍ବାଲର୍ଡ ଟୁର ସୁପର-୧୦୦୦ ଟୁର୍ନାମେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମ୍ରୁନଫାନ୍ଙ୍କଠାରୁ ସାଇନା ପରାସ୍ତ ହୋଇଛନ୍ତି। ୮ମ ସିଡ୍ ସାଇନାଙ୍କୁ ୧୦-୨୧, ୧୭-୨୧ ଗେମ୍ରେ ବୁସାନାନ ପରାସ୍ତ କରିଥିଲେ। ଥାଇଲାଣ୍ଡ ଶଟ୍ଲରଙ୍କ ସାମ୍ନାରେ ସାଇନା ମାତ୍ର ୪୪ ମିନିଟ୍ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲେ। ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୯ ବର୍ଷୀୟା ସାଇନାଙ୍କ ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଅବଶ୍ୟ ପୂର୍ବରୁ ସାଇନା ଏଠାରେ ବହୁ ସଫଳତା ହାସଲ କରିସାରିଛନ୍ତି। ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ୨୦୧୫ରେ ଉପବିଜେତା ଥିଲେ। ଚଳିତ ବର୍ଷ ସାଇନାଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ରହିନାହିଁ। ଆହତ ସମସ୍ୟା ଯୋଗୁ ଦୁଇ ମାସର ବ୍ରେକ୍ ନେଇ ଫେରିଥିଲେ ମଧ୍ୟ କୌଣସି ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିପାରିନାହାନ୍ତି। କେବଳ ଜାନୁୟାରୀରେ ଅନୁଷ୍ଠିତ ଇଣ୍ଡେନେସିଆ ଓପନ୍ ଜିତିଥିଲେ।