Military vehicles carrying DF-41 intercontinental ballistic missiles travel past Tiananmen Square during the military parade marking the 70th founding anniversary of People's Republic of China, on its National Day in Beijing, China October 1, 2019. REUTERS/Jason Lee
ବେଜିଂ,୧।୧୦: ଚାଇନାରେ କମ୍ୟୁନିଷ୍ଟ ଶାସନକୁ ଅକ୍ଟୋବର ୧କୁ ୭୦ବର୍ଷ ପୂରିଛି। ଏନେଇ ମଙ୍ଗଳବାର ବେଜିଂରେ ବହୁ ଧୁମ୍ଧାମ୍ରେ ଉତ୍ସବ ପାଳନ କରାଯାଉଛି। ନ୍ୟାଶନାଲ ଡେ ପରେଡରେ ଚାଇନା ପକ୍ଷରୁ ସବୁଠାରୁ ବଡ ସାମରିକ ପରେଡ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି। ଏଥିସହ ଏଭଳି ଏକ ଶକ୍ତିଶାଳୀ ମିଶାଇଲ୍ର ପ୍ରଦର୍ଶନ କରିଛି, ଯାହା ମାତ୍ର ୩୦ ମିନିଟ୍ରେ ଆମେରିକାର ଯେ କୌଣସି ସହରକୁ ଧ୍ବଂସ କରିଦେଇପାରିବ। ଚାଇନା ପକ୍ଷରୁ ଡିଏଫ-୪୧ ମିଶାଇଲକୁ ପ୍ରଦର୍ଶନ କରାଯାଇଛି। ଏହି ମିଶାଇଲ ପ୍ରଦର୍ଶନ କରି ଚାଇନା ଆମେରିକାକୁ ନିଜ ଶକ୍ତି ଦେଖାଇବାର ପ୍ରଚେଷ୍ଟା କରିଛି। ଏହାର ୧୫ ହଜାର କିଲୋମିଟର ଯାଏ ଟାର୍ଗେଟ କରିବାର କ୍ଷମତା ରହିଥିବା ବେଳେ ସବୁଠାରୁ ଅଧିକ ଦୂରତା ଅତିକ୍ରମ କରିପାରିବ ବୋଲି ଚାଇନା ପକ୍ଷରୁ ଦାବି କରାଯାଇଛି।