Passengers wearing face masks are seen at a subway station after the city's emergency alert level for coronavirus disease (COVID-19) was downgraded, in Shanghai, China March 23, 2020. REUTERS/Aly Song
ବେଜିଂ,୨୩।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୮୮ ଦେଶକୁ ବ୍ୟାପି ସାରିଲାଣି। ଚାଇନାରେ ଏହା ପ୍ରାୟ ୩ ହଜାର ୫ଶହ ମୁଣ୍ଡ ନେଇଥିବା ବେଳେ ଏବେ ଏହା ୟୁରୋପୀୟ ଦେଶରେ ତାଣ୍ଡବ ରଚିଛି। ଏବେ ଚାଇନାରେ ନୂଆ ସଂକ୍ରମିତ ଚିହ୍ନଟ ହେଉ ନ ଥିବା କୁହାଯାଉଥିବା ବେଳେ ସୋମବାର ଚାଇନାର ନ୍ୟାଶନାଲ ହେଲ୍ଥ କମିଶନ କହିଛନ୍ତି ଚାଇନାରେ ୮୯ ପ୍ରତିଶତ କରୋନା ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଗତବର୍ଷ ଡିସେମ୍ବରରୁ ଚାଇନାରେ ଆରମ୍ଭ ହୋଇଥିବା କରୋନା ଭାଇରସରେ ୮୧,୦୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୮୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ଚାଇନା ଦାବି କରିଛି। ଏବେ ମାତ୍ର ୫,୧୨୦ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି କହିଛି ଚାଇନାର ନ୍ୟାଶନାଲ ହେଲ୍ଥ କମିଶନ।