Rescue personnel and tents are seen at the foot of a mountain after a landslide occurred at Liupanshui in the southwest China's Guizhou province July 24, 2019. He Junyi/CNS via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. CHINA OUT.
ବେଜିଂ,୨୫।୭: ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଚାଇନାରେ ଭୂସ୍ଖଳନ ଘଟିଛି। ଗୁରୁବାର ଘଟିଥିବା ଏହି ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହେବା ସହିତ ୩୦ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ନିଖୋଜମାନେ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଗୁଇଝୁ ପ୍ରଦେଶରେ ହୋଇଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟରେ ୮ଶହ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି।