ଚାଇନାରେ ଫ୍ଲପ୍‌ ହେଲା ରଜନୀକାନ୍ତଙ୍କ ହାଇ ବଜେଟ୍‌ ଫିଲ୍ମ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ହାଇ ବଜେଟ୍‌ ଫିଲ୍ମ ‘୨.୦’ ଚାଇନାରେ ଫ୍ଲପ୍‌ ହୋଇଛି। ଏହା ହିନ୍ଦୀ, ତେଲଗୁ ଓ ତାମିଲରେ ଭଲ ବ୍ୟବସାୟ କରିଥିବା ବେଳେ ଚାଇନା ଦର୍ଶକେ କିନ୍ତୁ ଏହାକୁ ମୁହଁ ମୋଡି ଦେଇଛନ୍ତି। ପ୍ରଥମ ସପ୍ତାହରେ ଏହା ମାତ୍ର ୨୨ କୋଟି ବ୍ୟବସାୟ କରିଥିବା ଜଣାପଡିଛି। ସେପ୍ଟେମ୍ବର ୬ରେ ଏହା ଚାଇନାରେ ରିଲିଜ୍‌ ହୋଇଥିଲା। ଠିକ୍‌ ଏହା ପୂର୍ବରୁ ‘ବାହୁବଳୀ-୨: ଦି କନକ୍ଲୁଜନ୍‌’ ମଧ୍ୟ ଚାଇନାରେ ଭଲ ବ୍ୟବସାୟ କରି ନ ଥିଲା। ଯଦିଓ ଏହା ଭାରତରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା ଚାଇନାରେ କିନ୍ତୁ ଏହା ଆଦୌ ଲୋକପ୍ରିୟତା ପାଇ ନ ଥିଲା କହିଲେ ଚଳେ।