Medical officials monitor a thermal scanner as passengers arrive at the airport in Changsha, Hunan Province, as the country is hit by an outbreak of a new coronavirus, China, January 27, 2020. REUTERS/Thomas Peter
ବେଜିଂ,୨୮।୧: ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୧୩୦୦ ନୂଆ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏହାକୁ ନେଇ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚିଲାଣି। କରୋନା ଭୂତାଣୁରେ ସର୍ବାଧିକ ପ୍ରଭାବିତ ବୁହାନ ସହରରେ ସୋମବାର ପହଞ୍ଚିଥିଲେ ଚାଇନା ପ୍ରଧାନମନ୍ତ୍ରୀ। ପ୍ରଥମକରି ଜଣେ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ବୁହାନ ଗସ୍ତ କରିଥିବା କୁହାଯାଉଛି। ଚାଇନା ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୬୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତେବେ ଚିକିତ୍ସା ପରେ ପ୍ରାୟ ୫୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି କୁହାଯାଇଛି। ଏହାସହ ପ୍ରାୟ ୫,୭୯୪ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଛି।